ଚିଲିକାକୁ ଆସିଲେଣି ଦେଶ ବିଦେଶର ୪ଲକ୍ଷରୁ ଊର୍ଦ୍ଧ୍ବ ପକ୍ଷୀ

ଟାଙ୍ଗୀ : ଚିଲିକାକୁ ଆସିଲେଣି ଦେଶ ବିଦେଶର ୪ଲକ୍ଷରୁ ଊର୍ଦ୍ଧ୍ବ ପକ୍ଷୀ । ବିଗତ ବର୍ଷମାନଙ୍କ ତୁଳନାରେ ପକ୍ଷୀ ସଂଖ୍ୟା କମ୍ ପରିଲକ୍ଷିତ ହେଉଛି । ଅନ୍ୟପଟେ ପକ୍ଷୀ ଶିକାର ରୋକିବାକୁ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପକ୍ଷୀ ସୁରକ୍ଷା ପାଇଁ ଜଳ ଭାଗରେ ୧୮ଟି ଓ ସ୍ଥଳ ଭାଗରେ ୨ଟି ଟିମ୍ ସଜାଗ ରହିଛନ୍ତି ।