ଆମ୍ବୁଲାନ୍ସ ଭିତରେ ୫୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ଡ୍ରାଇଭର ସମେତ ଆଉ ଜଣେ ଅଟକ

ଭଦ୍ରକ(କେନ୍ଯୁଜ୍) : ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବାବେଳେ ଧରିଛି ପୋଲିସ୍ । ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ! ଆମ୍ବୁଲାନ୍ସ ଭିତରେ ୫୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗାଡ଼ିକୁ ଜବତ କଲା ଭଦ୍ରକ ଟାଉନ ପୋଲିସ । କୌଣସି ସୁତ୍ରରୁ ଖବରପାଇ ବନ୍ତ ଛକ ନିକଟରେ ପୋଲିସ ଜଗି ରହିଥିଲା । କଟକରୁ ଗଞ୍ଜେଇ ନେଇ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ବନ୍ତ ଛକରେ ଧରିଲା ପୋଲିସ ।

ଆମ୍ବୁଲାନ୍ସର ଗାଡ଼ି ଡ୍ରାଇଭର ସମେତ ଆଉ ଜଣକୁ ଅଟକ ରଖାଯାଇଛି । ଆମ୍ବୁଲାନ୍ସଟି ପୂର୍ବରୁ ମଧ୍ୟ ବ୍ରାଉନ ସୁଗାର ଆଣିବା ଓ ବିକ୍ରି କରିବା ନେଇ ଚରମ୍ପା ବରାଳ ପୋଖରୀ ଅଞ୍ଚଳରେ ଭିଡିଓ ଭାଇରଲ ହୋଇଥିଲା । ତେବେ ତଦନ୍ତ ପରେ ଅଭିଯୁକ୍ତ ମାନେ ଆଉ କେଉଁ କେଉଁ କାର୍ଯ୍ୟରେ ଲିପ୍ତ ଅଛନ୍ତି ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.