ପୁରୀ: ହୋଟେଲକୁ କୋଭିଡ୍‌ କେୟାର ହୋମ୍‌ରେ ପରିବର୍ତ୍ତନ, ୩୦ଟି ରୁମ୍‌ରେ ରହୁଛନ୍ତି ପ୍ରାୟ ୭୦ ସେବକ ପରିବାର

ପୁରୀ : ପୁରୀ ସହରରେ କରୋନା କାୟା ବିସ୍ତାର କରିଚାଲିଥିବା ବେଳେ ପ୍ରତିଦିନ ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମହାପ୍ରଭୁଙ୍କ ସେବା ପୂଜା ଓ ପାଳି ଖଟୁଥିବା ୫୦ରୁ ଅଧିକ ପାଳିଆ ସେବକ ଆକ୍ରାନ୍ତ ହୋଇସାରିଲେଣି । ଦୁଇ ସେବାୟତଙ୍କ ପ୍ରାଣ ନେଇଛି କରୋନା । ଶ୍ରୀମନ୍ଦିର ସେବକଙ୍କ ତିନି ତିନି ଥର ପରୀକ୍ଷା କରାଯିବା ସହ ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ ହୋଇଥିଲେ ବି ନିୟନ୍ତ୍ରଣରେ ଆସୁନି କରୋନା ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ହୋଟେଲକୁ କୋଭିଡ୍‌ କେୟାର ହୋମ୍‌ କରାଯାଇଛି । ୩୦ଟି ରୁମ୍‌ରେ ପାଖାପାଖି ୭୦ ଜଣ ସେବକ ପରିବାର ରହୁଛନ୍ତି । କରୋନା ଆକ୍ରାନ୍ତ ସେବକଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭକ୍ତ ନିବାସକୁ କୋଭିଡ୍‌ କେୟାର ହୋମ୍‌ କରିବାକୁ ନିଷ୍ପତ୍ତି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.