କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୫୦ରୁ ଅଧିକ ପଶ୍ଚିମବଙ୍ଗ ଶ୍ରମିକଙ୍କ ହୋ-ହଲ୍ଲା, ଘରକୁ ଯିବା ପାଇଁ ମାଗିଲେ ଅନୁମତି

କେନ୍ଦୁଝର: ଘରକୁ ଯିବା ପାଇଁ ଅନୁମତି ନମିଳିବାରୁ ପଶ୍ଚିମବଙ୍ଗ ଶ୍ରମିକଙ୍କ ହୋ-ହଲ୍ଲା । କେନ୍ଦୁଝରରେ ଫସିଥିବା କିଛି ପଶ୍ଚିମବଙ୍ଗ ଶ୍ରମିକଙ୍କୁ ଘରକୁ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳୁନାହିଁ । ଏନେଇ ଆଜି ୫୦ରୁ ଅଧିକ ଶ୍ରମିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋ-ହଲ୍ଲା କରିଥିଲେ । କେନ୍ଦୁଝରକେନ୍ଦୁଝର ଜିଲ୍ଲାରେ ୫ ହଜାରରୁ ଅଧିକ ଶ୍ରମିକ ଫସି ରହିଛନ୍ତି ।

ଏବେ କାମଧନ୍ଦା ବନ୍ଦ ଥିବାରୁ ଶ୍ରମିକମାନେ ନିଜ ଖର୍ଚ୍ଚରେ ଘରକୁ ଫେରିବା ପାଇଁ ଚାହୁଁଛନ୍ତି । ଆଗକୁ ସେମାନଙ୍କୁ ଅନୁମିତ ନମିଳିଲେ ପ୍ରାୟ ୫ ହଜାରରୁ ଅଧିକ ଶ୍ରମିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି । ଖବରପାଇ ଜିଲ୍ଲା ଶ୍ରମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.