ପଦନପୁର ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ୫ଶହ ବସ୍ତାରୁ ଅଧିକ ଧାନ

ଆଳି : ଜଳିଗଲା ୫ଶହ ବସ୍ତାରୁ ଅଧିକ ଧାନ । ଖଳାରେ ନିଆଁଲାଗି ଜଳିଗଲା ଧାନବସ୍ତା ଓ ଧାନ ଗଦା । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପଦନପୁର ଗାଁରେ ଅଗ୍ନିକାଣ୍ଡ । ଦମକଳ ବାହିନୀ ପହଁଚି ନିଆଁ ଆୟତ୍ତ କରିଥିଲା । ଏକ ଖଳାରେ ୧୧ଜଣ ଚାଷୀ ଅମଳ ଧାନ ରଖିଥିଲେ । ଖଳାରେ ୫୦୦ରୁ ଅଧିକ ବସ୍ତା ଥିଲା । ଆଉ ଦୁଇଟି ଧାନଗଦା ମଧ୍ୟ ଅମଳ ହେବାକୁ ଥିଲା । ଅଗ୍ନିକାଣ୍ଡରେ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଛି । ତେବେ ଖଳାରେ କେମିତି ନିଆଁ ଲାଗିଲା କିଛି ଜଣାପଡ଼ିନି ।