ପଇଡ ବୋଝେଇ ଗାଡିରୁ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ,୨ ଗିରଫ

କୋରାପୁଟ(କେନ୍ଯୁଜ୍): କୋରାପୁଟ ପୋଲିସକୁ ବଡ ସଫଳତା । ମାଛକୁଣ୍ଡ ପୋଲିସ ଦ୍ବାରା ବିପୁଳ ପରିମାଣର ଗଞ୍ଜେଇ ଜବତ । ପୋଲିସକୁ ଚକମାଦେବା ପାଇଁ ପଇଡ ବୋଝେଇ ଗାଡିରେ ଗଞ୍ଜେଇ ଭର୍ତି କରି ଚୋରା ଚାଲାଣ କରୁଥିବାବେଳେ ଧରାପଡିଛନ୍ତି ଚାଲଣକାରୀ  । ସେମାନଙ୍କ ନିକଟରୁ ୭ କ୍ବିଣ୍ଟାଲ ୪୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ୍।

ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ଯ ପାଖାପାଖି  ୭୦ ଲକ୍ଷ ଟଙ୍କା ହେବ। ସେମାନଙ୍କ ନିକଟରୁ ଗଞ୍ଜେଇ ସହ ଏକ ଗାଡି, ମୋବାଇଲ ସହ କିଛି କାଗଜ ପତ୍ର ଜବତ କରାଯାଇଛି । ବିହାର ଅଂଚଳର ୨ ଜଣକୁ ଗିରଫ କରିଛି ପୋଲିସ୍। ସୂଚନା ଅନୁଯାୟୀ, ଲମତାପୁଟ ସଗର ଅଂଚଳରୁ ବିହାର ଚାଲାଣ କରାଯାଉଥିବାବେଳେ କଂଚଣା ଛକରୁ ଜବତ କରାଯାଇଛି । ଗିରଫ ୨ଜଣଙ୍କ ଘର ବିହାର ବୋଲି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.