୨ଟି ଗାଁରେ ଚଢାଉ କରି ୮ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କଲା ପୋଲିସ

ବ୍ରହ୍ମପୁର(କେନ୍ୟୁଜ୍‌) : କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ନୀଳଜହର ବା ଗଞ୍ଜେଇ ଜବତ । ଗଞ୍ଜାମ ପାଟପୁର ଅଞ୍ଚଳରୁ ଜବତ କରିଛି ପୋଲିସ । ତେବେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।

ସୂଚନାନୁଯାୟୀ, ଗଞ୍ଜାମ ପାଟପୁର ଅଞ୍ଚଳର ୨ଟି ଗାଁରେ ବହୁମାତ୍ରାରେ ଗଞ୍ଜେଇ ଥିବା ନେଇ ପୋଲିସକୁ ଖବର ମିଳିଥିଲା । ଫଳରେ ଗଞ୍ଜାମ ପାଟପୁର ଅଞ୍ଚଳର ୨ଟି ଗାଁରେ ପୋଲିସ ଚଢାଉ କରି ୮ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ।

ମୋଟ ୮ କ୍ୱିଣ୍ଟାଲ ୩ କେଜି ୮ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଘାସିଆମ୍ବ ଗାଁରେ ଚଢ଼ାଉ କରି ୩ ଜଣଙ୍କ ଘରୁ ୪୧୭ କେଜି ୪୦୦ ଗ୍ରାମ ଜବତ କରାଯାଇଥିବା ବେଳେ ମୋହବିଲ ଗାଁରେ ୫ ଜଣଙ୍କ ଘରେ ଚଢାଉ କରି ୩୮୬ କେଜି ୪ଶହ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.