କାଳବୈଶାଖୀରେ ଭାଙ୍ଗିଲା ୮୦ରୁ ଅଧିକ ଘର, ପାଣି ପଶି ଅନେକ ସାମଗ୍ରୀ ନଷ୍ଟ

କରଞ୍ଜିଆ: କାଳବୈଶାଖୀରେ ଭାଙ୍ଗିଲା ୮୦ରୁ ଅଧିକ ଘର । ଗତକାଲି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ରରୁଆ ଓ ଶୁକୃଲି ବ୍ଲକରେ କାଳବୈଶାଖୀ ତାଣ୍ଡବ ରଚିଛି । ବିଶେଷକରି ରରୁଆ ବ୍ଲକରେ କାଳବୈଶାଖୀ ପ୍ରଭାବ ଅଧିକ ଦେଖିବାକୁ ମିଳିଛି ।

ରରୁଆ ବ୍ଲକରେ ଅଙ୍ଗାରପଦା ଏବଂ ରରୁଆ ପଞ୍ଚାୟତରେ ୬୦ରୁ ଉର୍ଦ୍ଧ୍ବ ଘର ଭାଙ୍ଗିଛି । ବିଡିଓଙ୍କ ଘର ଭାଙ୍ଗିବା ସହିତ ପାଣି ପଶି ଅନେକ ସାମଗ୍ରୀ ନଷ୍ଟ ହେଇଛି । ସେହିପରି ଶୁକୃଳି ବ୍ଲକରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡରେ ୨୦ରୁଅଧକ ଘର ଭାଙ୍ଗିଛି ।

ଆହୁରି ପଢନ୍ତୁ:ତାତିରୁ ଆଶ୍ୱସ୍ତି ଆଣିଲା କାଳବୈଶାଖୀ: ଆଜି ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା