୮୦୦୦ରୁ ଅଧିକ ଆବେଦନକାରୀ ହେଲେ ସୁଭଦ୍ରାରେ ପୁନଃ ସାମିଲ, ଖୁବ ଶୀଘ୍ର ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ନେଇ ବଡ଼ ଖବର । ଭୁଲରେ ବାଦ୍ ପଡ଼ିଥିବା ମହିଳାମାନେ ପୁଣି ଯୋଡ଼ି ହୋଇପାରିବେ ଏହି ଯୋଜନା ସହିତ ବୋଲି କହିଛନ୍ତି ସରକାର । ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସୁବିଧା ଉପଲବ୍ଧ କରାଯାଇଛି ବୋଲି ରାଜ୍ୟ ସରକାର କହିଛନ୍ତି । ଏହା ଦ୍ୱାରା ଯେଉଁମାନଙ୍କ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରାରେ ସାମିଲ ହେବାର ସୁଯୋଗ ପାଇପାରିବେ। ଏପର୍ଯ୍ୟନ୍ତ ପ୍ରାୟ ୮୦୦୦ରୁ ଅଧିକ ଆବେଦନକାରୀ ସୁଭଦ୍ରାରେ ପୁନଃସାମିଲ ହୋଇସାରିଛନ୍ତି।
ସେହିପରି ଖୁବ ଶୀଘ୍ର ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବ । ଏବେ ବି ଦୁଇ ଲକ୍ଷରୁ ଊଦ୍ଧ୍ୱର୍ ଆବେଦନକାରୀ ସେମାନଙ୍କର ଇ-କେୱାସି କରିନାହାନ୍ତି ଅବା ଓଟିପି ମାଧ୍ୟମରେ ଇ-କେୱାସି କରିଛନ୍ତି। ଯୋଗ୍ୟ ବିବେଚିତ ହେଲେ ମଧ୍ୟ ସେମାନେ ଅର୍ଥରାଶି ପାଇବାରେ ଅସୁବିଧା ହେବ। ତେଣୁ ତୁରନ୍ତ ସେମାନେ ନିକଟସ୍ଥ ଜନସେବା କେନ୍ଦ୍ର ବା ‘ମୋ ସେବା କେନ୍ଦ୍ର’କୁ ଯାଇ ବାୟୋମେଟି୍ରକ୍ ପଦ୍ଧତିରେ ନିଜର ଇ-କେୱାସି କରିନେବାକୁ ବୋଲି ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି ।