ଢେଙ୍କାନାଳ: ରାସୋଳ ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି, ଲୁଟିନେଲେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗହଣା  

ଢେଙ୍କାନାଳ(କେନ୍ୟୁଜ୍):ବ୍ୟାଙ୍କରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗହଣା ଲୁଟ୍‌ । ଢେଙ୍କାନାଳ ରାସୋଳ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ସଶସ୍ତ୍ର ଡକାୟତି । ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟିନେଲେ ଟଙ୍କା, ସୁନା, ହାର୍ଡଡିସ୍କ । ଚାରିଜଣ ଯୁବକ ଦୁଇଟି ମୋଟର ସାଇକେଲରେ ଆସି ଡକାୟତି କରିଥିବା ସୂଚନା ମିଳିଛି । ଛୁରି ଭୁଜାଲି ଲୁହାର ପଞ୍ଚ ବ୍ୟବହାର କରି ଲୁଟିଛନ୍ତି ଦୁର୍ବୃତ୍ତ ।

bank loot2

ତିନିଜଣଙ୍କୁ ଷ୍ଟ୍ରଙ୍ଗରୁମରେ ପଶାଇ ଲକର ଭିତରୁ ଏକ କୋଟିରୁ ଅଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ଅନୁମାନ କରାଯାଉଛି । ଏହା ସହ ନଗଦ ସାତ ଆଠ ଲକ୍ଷ ଟଙ୍କା ମଧ୍ୟ ନେଇ ପଳାଇଥିବା ସୂଚନା ମିଳିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ରାସୋଳ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇଛି । ସେପଟେ ରାସୋଳ ପୋଲିସର ଛାନଭିନ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.