୪ ଦିନ ଭିତରେ କେରଳ ଛୁଇଁବ ମୌସୁମୀ, ଚଳିତ ବର୍ଷ ସ୍ବାଭାବିକ ଠାରୁ ଅଧିକ ବର୍ଷା
ଚଳିତ ବର୍ଷ ସ୍ବାଭାବିକ ଠାରୁ ଅଧିକ ବର୍ଷା । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପୂର୍ବରୁ ଆସିଲା ଆଇଏମଡି ପୂର୍ବାନୁମାନ । ଏପ୍ରିଲରେ ମଧ୍ୟ ସମାନ ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ। ଏବର୍ଷ ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଶରେ ହାରାହାରି ୧୦୬ ପ୍ରତିଶତ ବର୍ଷା ହେବ ବୋଲି ଆକଳନ କରିଛି ଆଇଏମଡି। କେନ୍ଦ୍ରୀୟ ଏବଂ ଦକ୍ଷିଣ ଭାରତରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ।

ଭୁବନେଶ୍ୱର (କେନ୍ୟୁଜ); ଚଳିତ ବର୍ଷ ସ୍ବାଭାବିକ ଠାରୁ ଅଧିକ ବର୍ଷା । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପୂର୍ବରୁ ଆସିଲା ଆଇଏମଡି ପୂର୍ବାନୁମାନ । ଏପ୍ରିଲରେ ମଧ୍ୟ ସମାନ ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ । ଏବର୍ଷ ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଶରେ ହାରାହାରି ୧୦୬ ପ୍ରତିଶତ ବର୍ଷା ହେବ ବୋଲି ଆକଳନ କରିଛି ଆଇଏମଡି । କେନ୍ଦ୍ରୀୟ ଏବଂ ଦକ୍ଷିଣ ଭାରତରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ। ୧୦୬ ପ୍ରତିଶତରୁ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି ।
ସେହିଭଳି ଉତ୍ତର-ପୂର୍ବ ଭାରତରେ ସ୍ବାଭାବିକ ଠାରୁ କମ ବୃଷ୍ଟିପାତ ହେବ । ୯୪ ପ୍ରତିଶତରୁ କମ ବୃଷ୍ଟିପାତ ହୋଇପାରେ । ଉତ୍ତରପଶ୍ଚିମ ଭାରତରେ ସ୍ବାଭାବିକ ବୃଷ୍ଟିପାତ ହେବ । ଓଡ଼ିଶାରେ ସ୍ବାଭାବିକ ଠାରୁ କମ ବୃଷ୍ଟିପାତ ହେବ । ତେବେ ଜୁନରେ ସ୍ବାଭାବିକ ଠାରୁ କମ ରହିବ ବୃଷ୍ଟିପାତ । ଆସନ୍ତା୪ ଦିନ ଭିତରେ ମୌସୁମୀ ବାୟୁ କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି ବୋଲି ଆଇଏମଡି ଡିଜି କହିଛନ୍ତି । ଅନ୍ୟପଟେ ଏବର୍ଷ ଜୁନ ମାସରେ ଉତ୍ତରପଶ୍ଚିମ ଭାରତ ଏବଂ ଏହାର ଆଖପାଖ ଅଞ୍ଚଳରେ ତୁଳନାତ୍ମକ ଭାବେ ଅଧିକ ଦିନ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି । ଏବେ ଉତ୍ତର ଭାରତରେ ଭୀଷଣ ଗ୍ରୀଷ୍ମ ଲହରୀ ଜାରି ରହିଛି । ରାଜସ୍ଥାନରେ ୫୦ ଡିଗ୍ରୀ, ଦିଲ୍ଲୀରେ ୪୮ ଡିଗ୍ରୀ ଟପିଛି ପାରଦ ।