ରାସ୍ତା କଡରେ ଡିଲ୍‌ ବେଳେ ମାଡିବସିଲା STF: ଏକ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ, ୨ ଗିରଫ

ଢେଙ୍କାନାଳ(କେନ୍ଯୁଜ୍): STF ହାତରେ ବ୍ରାଉନସୁଗର ବେପାରୀ। ଦୁଇ ଜଣ ବେପାରୀ ଗିରଫ ହୋଇଛନ୍ତି। ଏକ କେଜି ୯୦ ଗ୍ରାମ୍‌ ବ୍ରାଉନସୁଗର ଜବତ ହୋଇଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ।

ଢେଙ୍କାନାଳ ଜିଲ୍ଲା ଘାଟିପିରି ଗାଁ ରାସ୍ତା କଡରେ ଡିଲ୍‌ ବେଳେ ମାଡିବସିଲା STF । ରାକେଶ କୁମାର ସାହୁ ଓ ସନ୍ତୋଷ କୁମାର ସାହୁକୁ ବାନ୍ଧିଲା STF । ଗତ ଏକ ବର୍ଷ ଭିତରେ STF ୪୪ କେଜି ବ୍ରାଉନସୁଗର ଓ ୮୬ କୁଇଣ୍ଟାଲ ୮୧ କେଜି ଗଞ୍ଜେଇ ଜବତ କରିଛି STF ।

Leave A Reply

Your email address will not be published.