ରାଜଧାନୀରେ ବରିଷ୍ଠ ନାଗରିକଙ୍କ ଠାରୁ ସାଇବର ଠକ ଠକିନେଲେ ୧୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ଭୁବନେଶ୍ବର(କେନ୍ଯୁଜ୍): ସାଇବର ଠକ ଠକିନେଲେ ୧୩ ଲକ୍ଷ ଟଙ୍କା । ଟ୍ରାନ୍ସପୋର୍ଟ କର୍ପୋରେସନ ଅଫ ଇଣ୍ଡିଆର ଅବସରପ୍ରାପ୍ତ ରିଜିଓନାଲ ମ୍ୟାନେଜର ସଦାଶିବ ମହାନ୍ତିଙ୍କୁ ୧୩ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଚୂନ ଲଗାଇଲେ ସାଇବର ଠକ । ମୋବାଇଲ ପୋଟେବିଲିଟି କରିବାକୁ ଯାଇ ସେ ସାଇବର ଠକଙ୍କ ଜାଲରେ ପଡ଼ିଛନ୍ତି । ଏହି ପୋଟେବିଲିଟି ପାଇଁ ସାଇବର ଠକ କ୍ୱିକ ଆପ ଡାଉନଲୋଡ଼ କରିବାକୁ କହିବା ସହ, ୧୦ଟଙ୍କା ପଠାଇବାକୁ କହିଥିଲା।

ସଦାଶିବ ମହାନ୍ତି ସେହି ଅନୁଯାୟୀ ଆପ୍‌ ଡାଉନଲୋଡ କରିବା ସହ ନିଜର ଡେବିଟି କାର୍ଡର ଡିଟେଲସ ମଧ୍ୟ ଦେଇଥିଲେ । ଏପରିକି OTP ଦେଇଥିଲେ । ତାପରେ କିଛି ଘଣ୍ଟା ଭିତରେ ତାଙ୍କ ଆକାଉଣ୍ଟରୁ ୧୩ ଲକ୍ଷ ଟଙ୍କା ନେଇଥିଲେ ସାଇବର ଠକ । ସଦାଶିବଙ୍କ ଫିକ୍ସଡ ଡିପୋଜିଟ ଭାଙ୍ଗି, ସେହି ଟଙ୍କାକୁ ସେଭିଂ ଆକାଉଣ୍ଟକୁ ଟ୍ରାନ୍ସଫର କରି ସାଇବର ଠକ ଟଙ୍କା ନେଇଯାଇଛି। କ୍ରେଡିଟ କାର୍ଡରୁ ମଧ୍ୟ ୮୦ ହଜାର ଟଙ୍କା ଉଠାଇନେଇଛି। ମୋଟ ୧୩ଲକ୍ଷରୁ ଉର୍ଦ୍ଧ ଟଙ୍କା ସାଇବର ଫ୍ରଡ଼ ହେବା ଜାଣି ସଦାଶିବ ବାବୁ ICICI Bank କୁ ଜଣାଇଥିଲେ। ଏନେଇ ଭୁବନେଶ୍ୱର ସାଇବର ସେଲରେ ଅଭିଯୋଗ ମଧ୍ୟ କରିଛନ୍ତି ।