ଭୁବନେଶ୍ୱର ରସୁଲଗଡ଼ ଛକରୁ ୨୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନୀଳ ଜହର ଜବତ, ଦୁଇ ଅଭିଯୁକ୍ତଙ୍କୁ ଗିରଫ

ଭୁବନେଶ୍ୱର(କେନ୍ଯୁଜ୍): ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ। ବିହାର ଚୋରା ଚାଲାଣ ବେଳେ ଭୁବନେଶ୍ୱର ରସୁଲଗଡ଼ ଛକରୁ ଜବତ ହେଲା ଅଢେଇ କ୍ୱିଣ୍ଟାଲ ନୀଳ ଜହର। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ହେବ।

ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି NCB ଭୁବନେଶ୍ୱର ଜୋନାଲ୍‌ ଟିମ୍‌। ଗିରଫ ଦୁଇ ଜଣଙ୍କ ଘର ବିହାର ଭୋଜପୁରରେ। ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ NCB ପକ୍ଷରୁ ଚଢାଉ କରାଯାଇଥିଲା।

ସୂଚନା ଥାଉକି, ଗତକାଲି କୋରାପୁଟ ପୋଲିସକୁ ମଧ୍ଯ ମିଳିଥିଲା ସଫଳତା। ଜଲାପୁଟ ଜଳଭଣ୍ଡାର ନିକଟରୁ ୮ କ୍ଵିଣ୍ଟାଲରୁ ଅଧିକ ଗଂଜେଇ ଜବତ କରିଥିଲା । ଦିଲ୍ଲୀକୁ ଚାଲାଣ ହେଉଥିବାବେଳେ ପ୍ରାୟ ୮୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଥିଲା କୋରାପୁଟ ଜିଲ୍ଲା ପାଡୁଆ ପୋଲିସ। ଆନ୍ଧ୍ର ସୀମାନ୍ତ  ଜଲାପୁଟ ଜଳଭଣ୍ଡାର ନିଜଟରେ ମହଜୁଦ  ରଖାଯାଇଥିଲା ଗଂଜେଇ । ପୋଲିସ ବିଶେଷ ସୁତ୍ରରୁ ଖବର ପାଇଁ ଚଢଉ କରିଥିଲା। ଖୁବ ଶୀଘ୍ର ଚାଲାଣକାରିଙ୍କୁ ଧରାଯିବ ବୋଲି କହିଛନ୍ତି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ।

ସେହିପରି ଗତ କିଛି ଦିନ ତଳେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଥିଲା । କୋରାପୁଟ ଜିଲ୍ଲା କାକଲପଡା ଜଙ୍ଗଲ ନିକଟରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ସହ କାର୍‌ ଜବତ କରିଥିଲା ଲମତାପୁଟ ଓ ମାଛକୁଣ୍ଡ ପୋଲିସ । କାଙ୍ଗରପଡା ଅଞ୍ଚଳରୁ ଦିଲ୍ଲୀ ଓ ହରିୟାଣାକୁ ଗଞ୍ଜେଇ ଚାଲାଣ ହେଉଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷରୁ ଅଧିକ ଟଙ୍କା ଥିଲା। କାକଲପଡା ଗାଁ ନିକଟ ଜଙ୍ଗଲରେ ଗଞ୍ଜେଇ ଚାଲାଣ ଖବରପାଇ ପୋଲିସ ଅତର୍କିତ ଚଢାଉ କରିଥିଲା । ପୋଲିସକୁ ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଗଞ୍ଜେଇ ମାଫିଆ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.