ଗୋପ ବଜାରରେ ଅବକାରୀ ବିଭାଗର ଚଢାଉ: ୩ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଗୋପ(କେନ୍ଯୁଜ୍): ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦେଶ କ୍ରମେ କୋଣାର୍କ ଅବକାରୀ ଉପ-ନିରୀକ୍ଷକ ଶ୍ରୀ ଲଷ୍ମୀଧର ପ୍ରଧାନ ସଦଳବଳେ ଗୋପ ବଜ଼ାରରେ ଚଢ଼ାଓ କରିଥିଲେ। ଦୀପକ ରଞ୍ଜନ ଦାଶ (୪୦) ନାମକ ଜଣେ ବ୍ଯକ୍ତିଙ୍କ ଠାରୁ ୩୨ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହିତ ଆସାମୀକୁ ଗିରଫ କରିଥିବା ଜଣାପପଡିଛି।

ସୂଚନା ଥାଉକି ଆସାମୀ ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ଗୋପ ବଜ଼ାରରେ ଖୁଚୁରା ବେପାରୀ ମାନଙ୍କୁ ବିକ୍ରି କରିବା ପାଇଁ ଅପେକ୍ଷା କରିଥିଲା । ଠିକ୍ ସେହି ମସୟରେ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଗ୍ରାହକ ବେଶରେ ଯାଇ ବ୍ରାଉନସୁଗାର କିଣିଲା ସମୟରେ ଆସାମୀଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିବା ଜଣାପଡିଛି। ଜବତ ୩୨ ଗ୍ରାମ ବ୍ରାଉନସୁଗାରର ମୂଲ୍ୟ ୩,୨୦,୦୦୦ ଟଙ୍କା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.