ନୟାଗଡ଼: ଏକ ଭଡା ଘରେ STFର ଚଢ଼ାଉ, ୩ ପିସ୍ତଲ ସହ ୬୦ ଲକ୍ଷ ରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ
ନୟାଗଡ଼(କେନ୍ଯୁଜ୍): ବିପୁଳ ପରିମାଣର ବ୍ରାଉନସୁଗର ଜବତ। ନୟାଗଡ଼ PWD ଲେନରେ ଏକ ଭଡା ଘରେ ଏସଟିଏଫ୍ ର ଚଢ଼ାଉ । ୩ ପିସ୍ତଲ ସହ ୪ କେଜିରୁ ଅଧିକ ବ୍ରାଉନ ସୁଗାର ଜବତ କରାଯାଇଛି । ସୂଚନା ଅନୁଯାୟୀ, ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ଯ ୬୦ ଲକ୍ଷ ରୁ ଅଧିକ ଟଙ୍କା ହେବ।
କିନ୍ତୁ ଏସଟିଏଫ୍ ର ଚଢ଼ାଉ ବେଳେ ଚତୁରତାର ସହ ଖସିଗଲେ ଅଭିଯୁକ୍ତ । ମିଳିଥିବା ଖବର ଅନୁଯାୟୀ ଗତ କିଛି ଦିନ ହେଲା ଭଡା ଘରେ ରହି ଆସୁଥିଲେ ଅଭିଯୁକ୍ତ ।