ପ୍ରୋଗ୍ରାମ୍ ସାରି ଫେରୁଥିବାବେଳେ ଟ୍ରକ୍ ପଛରେ ପିଟିଲା ଟ୍ରାକ୍ସ୍, ୨ ଗୁରୁତର ୧୦ରୁ ଅଧିକ ଆହତ

ନୟାଗଡ : ଟ୍ରକ୍ ପଛରେ ପିଟିଲା ଟ୍ରାକ୍ସ୍ । ୧୦ରୁ ଅଧିକ ଆହତ ହୋଇଛନ୍ତି । ୨ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଗାଡିରେ ୧୪ ଜଣ ରହିଥିଲେ । ନୟାଗଡ଼ ଇଟାମାଟି ନିକଟରେ ରବିବାର ଭୋରରୁ ଦୁର୍ଘଟଣା ହୋଇଛି । ଆହତମାନେ ଭବାନୀପାଟଣା ଅଞ୍ଚଳର ବୋଲି ଜଣାପଡ଼ିଛି ।

ଖୋର୍ଦ୍ଧାରୁ ଡ୍ଯାନ୍ସ ପ୍ରୋଗ୍ରାମ୍ ସାରି ଫେରୁଥିବାବେଳେ କୁହୁଡି ଏବଂ ଡ୍ରାଇଭରର ଆଖି ପଡିଯିବାରୁ ଦୁର୍ଘଟଣା ହୋଇଛି । ଭବାନୀପାଟଣା ଅଞ୍ଚଳର ୧୪ଜଣିଆ ଗ୍ରୁପ ଗତକାଲି ସନ୍ଧ୍ଯାରେ ଖୋର୍ଦ୍ଧା ଅଞ୍ଚଳରେ ବଜାସାଲ୍ ଡ୍ଯାନ୍ସ କରି ଫେରୁଥିଲେ । ଭୋର୍ ପ୍ରାୟ ୪ଟା ସମୟରେ ଇଟାମାଟି ନିକଟରେ ରାସ୍ତାକଡରେ ଛିଡା ହୋଇଥିବା ଏକ ଟ୍ରକର ପଛପଟକୁ ପିଟିଥିଲା ଟ୍ରାକ୍ସ । ପ୍ରବଳ କୁହୁଡି ସହ ଡ୍ରାଇଭରଙ୍କ ଆଖି ପଡିଯିବାରୁ ଦୁର୍ଘଟଣା ଘଟିଥିବା ଡ୍ରାଇଭର୍ କହିଛନ୍ତି । ସମସ୍ତ ଆହତ ଏବଂ ଗୁରୁତରଙ୍କୁ ନୟାଗଡ ମେଡିକାଲ୍ କୁ ଆଣିଥିଲେ । ଦୁଇ ଗୁରୁତର କମଳ ଲୋଚନ ସରାଫ୍ ଏବଂ ତୋଫାନ ମାଝୀଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

 

ଆହୁରି ପଢ଼ନ୍ତୁ : ପରେଡ଼୍ ଯିବା ସମୟରେ ଓଲଟି ପଡ଼ିଲା ସ୍କୁଲ ଭ୍ୟାନ୍: ଜଣେ ଛାତ୍ର ମୃତ, ୨୪ ଆହତ