ଦୁଇ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ କୁଖ୍ୟାତ ମାଫିଆ ଗିରଫ

କୋରାପୁଟ(କେନ୍ଯୁଜ୍): ୨ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ । ୨ କୁଖ୍ୟାତ ଗଞ୍ଜେଇ ମାଫିଆ ଗିରଫ । ଗିରଫ ଅଭିଯୁକ୍ତ ହେଲେ କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳର ନାଗେଶ୍ଵର ଜାମ୍ପୁରାଇ ଓ ତାର ସହଯୋଗୀ ସୁରେଶ ।

୨ମାଫିଆ ଅଭିନବ ଉପାୟରେ ଏକ ପିଅକପ ଭ୍ୟାନ୍‌ରେ ଆନ୍ଧ୍ରକୁ ଗଞ୍ଜେଇ ଚାଲାଣ କରୁଥିଲେ । ଥୁବା ଗ୍ରାମ ନିକଟରେ ପୋଲିସ ଚଢଉ କରି ଏକ ଟିଣ ବକ୍ସରୁ ୨ କୁଇଣ୍ଟାଲ ୫୧ କେଜି ଗଞ୍ଜେଇ ଜବତ କରିଛି । ଏଥିସହ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ନନ୍ଦପୁର ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.