ଅମାନିଆ ହୋଇଥିଲେ ବୋଲି ବଡ଼ ଶାସ୍ତି : ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ୨୧ ଦିନରେ ୪ ହଜାର ୨୬୭ ଡ୍ରାଇଭିଂ ଲାଇସେନ୍ସ ବାତିଲ୍

ଭୁବନେଶ୍ବର: ଅମାନିଆ ଗାଡ଼ି ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଚଳିତବର୍ଷର ପ୍ରଥମ ୨୧ ଦିନରେ ୪ ହଜାର ୨୬୭ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି । ଏନେଇ ପରିବହନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଚାଳକଙ୍କର ଆସନ୍ତା ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯାଇଛି ।

ବିନା ହେଲମେଟ ଯୋଗୁଁ ୨ ହଜାର ୬୮୮, ଦ୍ରୁତ ଗାଡି ଚଳାଇ ୭୨୮ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ମୋବଇଲରେ କଥା ହୋଇ ୨୫୫, ନିଶା ଖାଇ ଗାଡି ଚଳାଇବା ଯୋଗୁଁ ୭୮ ଗାଡ଼ି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପରିବହନ ବିଭାଗ । ଭୁବନେଶ୍ୱର ଆରଟିଓ-୧ରେ ସବାଧିକ ୬୫୪ ଜଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ବାତିଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.