ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ ୧୦ ଟା ୩୦ ଯାଏ ରାଜ୍ୟର ସମସ୍ତ ସ୍କୁଲ ହେବ ସକାଳୁଆ । ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲଗୁଡିକ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏ ସକାଳୁଆ ହେବ । ଅର୍ଥାତ ସକାଳ ୬ଟା ୩୦ ରୁ ୧୦ ଟା ୩୦ ଯାଏ ସ୍କୁଲଗୁଡିକ ଚାଲିବ । ତେବେ ୨୨ ତାରିଖ ଠାରୁ ରାଜ୍ୟରେ ସମସ୍ତ ସ୍କୁଲଗୁଡିକ ସ୍ୱାଭାବିକ ଭାବେ ଚାଲିବ । ରାଜ୍ୟରେ ପଡିଥିବା ଗରମ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସରକାର ଆଉ ଦିନକ ପାଇଁ ସ୍କୁଲଗୁଡିକୁ ସକାଳୁଆ କରିଛନ୍ତି । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରକାଶ କରିଛି ।

You might also like