ଗ୍ରୀଷ୍ମ ପ୍ରବାହ ପାଇଁ ଆଜିଠୁ ସକାଳୁଆ ଅଫିସ୍, କାର୍ଯ୍ୟ ସମୟ ଭିତରେ ଲଞ୍ଚ ବ୍ରେକ୍ ନାହିଁ

ସମ୍ବଲପୁର: ଆଜିଠୁ ସମ୍ବଲପୁର ଜିଲ୍ଲାରେ ସକାଳୁଆ ଅଫିସ୍ କାର୍ଯ୍ୟ ଆରମ୍ଭ । ସକାଳ ୭ଟାରୁ ଦିନ ୧ଟା ଯାଏଁ ଚାଲିବ ଅଫିସ୍ । ତେବେ ଆଜିଠୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ଅଫିସ୍ ଚାଲିବା ନେଇ ସୂଚନା ରହିଛି । ଅର୍ଥାତ୍ ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଜୁନ୍ ମାସ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ସକାଳୁଆ ଖୋଲାରହିବ ।

ଅନ୍ୟପଟେ ଅଫିସ୍ ସମୟ ଭିତରେ ଲଞ୍ଚ ବ୍ରେକ୍ ରହିବ ନାହିଁ । ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାରେ ପାଖାପାଖି ଗୋଟିଏ ମାସ ଧରି ପାରଦ ୪୦ ଛୁଇଁଛି । ଗ୍ରୀଷ୍ମ ପ୍ରବାହର ପ୍ରକୋପ ମଧ୍ୟ କ୍ରମଂଶ ବଢ଼ିବାରେ ଲାଗିଛି ।

 

ଆହୁରି ପଢ଼ନ୍ତୁ : ନୂଆଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ, ୧ ଲକ୍ଷ ୩ ହଜାର ୯୦ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ