ଆସନ୍ତାକାଲିଠୁ ରାଜ୍ୟରେ ସକାଳୁଆ ସ୍କୁଲ, ସ୍କୁଲ ଟାଇମ ସାଢେ ୬ ରୁ ସାଢେ ୧୦

ଭୁବନେଶ୍ବର: ଆସନ୍ତାକାଲିଠୁ ସକାଳୁଆ ସ୍କୁଲ । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି । ସକାଳ 6 ତା 30 ରୁ ସ୍କୁଲ ଆରମ୍ଭ ହୋଇ 10 ଟା 30 ଯାଏ ଚାଲିବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ ହେବ ସକାଳୁଆ ସ୍କୁଲ । ଏହି ନିୟମ ତତ୍କ୍ଷଣାତ ଲାଗୁ କରିବା ପାଇଁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଦେଲେ ଗଣଶିକ୍ଷା ସଚିବ । କିଛିଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ସେଲସିଅସ ଉପରେ ରହୁଛି । ବୌଦ୍ଧରେ ସର୍ବାଧିକ 43.6 ଡିଗ୍ରୀ ସେଲସିଅସ ତାପମାତ୍ରା ରହିଥିଲା । ଦିନକୁ ଦିନ ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି ।