ଝାରସୁଗୁଡା ମାଟିରେ ପହଞ୍ଚିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ପାର୍ଥିବ ଶରୀର,ବିଶିଷ୍ଟ ବ୍ୟକ୍ତି ଦେଲେ ଶ୍ରଦ୍ଧାଞ୍ଜଳି

ଝାରସୁଗୁଡ଼ା(କେନ୍ୟୁଜ୍):  ଝାରସୁଗୁଡା ମାଟିରେ ପହଞ୍ଚିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ପାର୍ଥିବ ଶରୀର। ପ୍ରଥମେ ଝଣ୍ଡାଛକ ଠାରେ ନାଗରିକ ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ଝାରସୁଗୁଡା କଂଗ୍ରେସ କାର୍ଯ୍ୟାଳୟ ଠାରେ ଦଳୀୟ କର୍ମୀ, ଜିଲ୍ଲା ସଭାପତି, ସାଧାରଣ ସମ୍ପାଦକ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗ ଜାତୀୟ ତଥା ରାଜ୍ୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ କହିଛନ୍ତି। ହେମାନନ୍ଦଙ୍କ ପାର୍ଥିବ ଶରୀରକୁ ତାଙ୍କ ପୈତୃକ ବାସଭବନ ଠାରେ ସ୍ଥାନୀୟ ଜନସାଧାରଣ ଙ୍କ ପାଇଁ ଶେଷ ଦର୍ଶନ ପାଇଁ ରଖାଯିବ । ପରେ ଜନ୍ମମାଟି ଲଇକେରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାଯିବ।