ଝାରସୁଗୁଡା: ଝାରସୁଗୁଡା ପୌର ପରିଷଦ ମଶା ତେଲ କିଣା ଦୁର୍ନୀତି ଘଟଣାରେ ୪ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ । ୬୧ ଲକ୍ଷ ୪୪ ହଜାର ୬ଶହ ଟଙ୍କାର ହେରଫେର ଅଭିଯୋଗ ହୋଇଥିଲା । ପୌର ପରିଷଦର ପୂର୍ବତନ ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡି, ସାନିଟରି ଇନସପେକ୍ଟର ବିକାଶ ପଶାୟତ, ସାନିଟେସନ ଏକ୍ସପର୍ଟ ବିଶ୍ବରଂଜନ ସାହୁ ଏବଂ ମଶା ତେଲ ସପ୍ଲାୟ କରୁଥିବା Fusion group ର ଆଶୁତୋଷ ଶର୍ମାଙ୍କୁ ଗିରଫ କରାଯାଇଛି ।
ପୂର୍ବରୁ ମଶା ତେଲ କିଣା ଦୁର୍ନୀତି ନେଇ ଝାରସୁଗୁଡ଼ା ପୌରପରିଷଦ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଗତକାଲି ସୁନ୍ଦରଗଡ଼ ଭିଜିଲାନ୍ସ କାର୍ଯ୍ୟାଳୟରେ ଜେରା କରାଯାଇଥିଲା । ଏହି ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମିଳିଥିଲା । ଏହି ଦୁର୍ନୀତିରେ ସଂପୃକ୍ତ ୪ଜଣକୁ ଭିଜିଲାନସ ଗିରଫ କରିଛି । ସେମାନଙ୍କୁ ସମ୍ବଲପୁର ଭିଜିଲାନ୍ସ କୋର୍ଟରେ ହାଜର କରାଯିବା ପରେ ଜେଲ ପଠାଯିବ । ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେନେଇ ତଦନ୍ତ ଚାଲିଛି ।