ୱାର୍ଲଡ ୱାଇଡ ଆଚିଭର୍ସ ପକ୍ଷରୁ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ କିମ୍ସକୁ ମିଳିଲା ପୁରସ୍କାର

ଭୁବନେଶ୍ବର(କେନ୍ୟୁଜ୍) : ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ କିମ୍ସକୁ ମିଳିଲା ପୁରସ୍କାର । ୱାର୍ଲଡ ୱାଇଡ ଆଚିଭର୍ସ ପକ୍ଷରୁ ପ୍ରଦାନ କରାଯାଇଥିବା ୱାର୍ଲଡ ହେଲଥ କେୟାର ଆଚିଭର୍ସ ଆୱାର୍ଡ ବିଭାଗର Most Trusted Medical college & Hospital ପାଇଁ କିମ୍ସକୁ ପୁରସ୍କୃତ ହୋଇଛି । ଦିଲ୍ଲୀରେ ଏକ କାର୍ୟ୍ୟକ୍ରମରେ କିମ୍ସକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କାର୍ୟ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଓ ବିଜେପି ନେତା ମନୋଜ ତିୱାରୀ ଉପସ୍ଥିତ ଥିଲେ । ପୁରସ୍କାର ଗ୍ରହଣ କରିଛନ୍ତି କିମ୍ସ CEO ଡାକ୍ତର ବିଷ୍ଣୁ ପାଣିଗ୍ରାହୀ ।