ରାଜଧାନୀରେ ପୁଣି ଧଳଜହର କାରବାର, STF ହାତରେ ଧରାପଡ଼ିଲା ମୋଷ୍ଟୱାଣ୍ଟେଡ଼ ବ୍ରାଉନସୁଗର ବେପାରୀ ଶିବୁ

ଭୁବନେଶ୍ବର(କେନ୍ଯୁଜ୍) : ରାଜଧାନୀରେ ପୁଣି ଧଳଜହର କାରବାର । ଦିନକୁ ଦିନ ଏହି କାରବାର ବଢିବାରେ ଲାଗିଛି। ପୋଲିସ ଯେତେ ସତର୍କ ହେଲେ ମଧ୍ୟ ଏମାନେ ଅଧିକ ଚତୁର ହେଉଛନ୍ତି। STF ହାତରେ ଧରାପଡ଼ିଲା ମୋଷ୍ଟୱାଣ୍ଟେଡ଼ ବ୍ରାଉନସୁଗର ବେପାରୀ ଶିବୁ ପ୍ରସାଦ ଦାସ । ୧୨ଶହ ୨୭ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ପାହାଳ କ୍ରସିଂ ରୋଡ଼ ଏନଏଚ ୧୬ ନିକଟରୁ ଶିବୁକୁ ଗିରଫ କରିଛି ପୋଲିସ ।

୨୦୨୨ ଜାନୁଆରୀରୁ ଫେରାର ଥିଲା ମୋଷ୍ଟୱାଣ୍ଟେଡ଼ ଶିବୁ । ଶିବୁ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୬ଟି ଅପରାଧିକ ମାମଲା ରହିଛି ।

Leave A Reply

Your email address will not be published.