କୁଖ୍ୟାତ ଚେନ୍ ସ୍ନାଚର୍ ଗିରଫ, ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ କରିଛି ସାଦୀକୁଲ

ଭୁବନେଶ୍ୱର : ରାଜଧାନୀରେ କୁଖ୍ୟାତ ଚେନ୍ ସ୍ନାଚର୍ ଗିରଫ ।  ସାଦିକୁଲ୍ ଇସଲାମକୁ ଗିରଫ କରିଛି ଖାରବେଳନଗର ପୋଲିସ ।  ପୋଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରିଥିଲା ।

ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ କରିଛି ସାଦୀକୁଲ ।  ଗତ ୨୨ ତାରିଖରେ ୟୁନିଟ୍-୩ ଅଞ୍ଚଳରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଇଥିଲା ଅଭିଯୁକ୍ତ ।   ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ସୂଚନାନୁସାରେ , ଗତ ତା ୨୨.୦୪.୨୦୨୫ ସନ୍ଧ୍ୟା ୦୫.୩୫ ରୁ ୦୫.୫୫ ମଧ୍ୟରେ, ଅଭିଯୋଗକାରିଣୀ ଅର୍ଚ୍ଚନା ସାହୁ ୟୁନିଟ୍-୩ର ଖଣ୍ଡିଆ ପାର୍କ ଆଡକୁ ବୁଲିବାକୁ ଯାଉଥିବା ସମୟରେ, ଅଭିଯୁକ୍ତ ସାମ୍ନା ପାର୍ଶ୍ୱରୁ କଳା ହେଲମେଟ୍ ସହ ନମ୍ବର ପ୍ଲେଟ୍ ନଥିବା ଏକ ଲାଲ ରଙ୍ଗର ହୋଣ୍ଡା ଆକ୍ଟିଭା ସ୍କୁଟିରେ ଆସି ଝାମ୍ପିନେଇଥିଲା ୧୨ ଗ୍ରାମ ଓଜନର ସୁନା ଚେନ୍ ।   ଏନେଇ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ ପରେ ଜଣାପଡିଥିଲା ଗାଣ୍ଡୁର କାରନାମା ।

ମସଜିଦ୍ କଲୋନିର ଜଣେ ବ୍ୟକ୍ତି ଙ୍କୁ ଛିନତାଇ କରିଥିବା ସୁନା ଚେନ କୁ ଅତି କମ ମୂଲ୍ୟରେ ବିକ୍ରୟ କରୁଥିବା ଖବର ପାଇଥିଲା ପୋଲିସ । ଏନେଇ ଅଭିଯୁକ୍ତକୁ ମାଷ୍ଟର କ୍ୟାଣ୍ଟିନ୍ ଛକ କେଶରୀ ହୋଟେଲ ନିକଟରେ ତାକୁ ଠାବ ବେଳେ ଖସିବାକୁ ଉଦ୍ୟମ କରିଥିଲା ।  ହେଲେ ଡ୍ୟୁଟିରେ ଥିବା ଅଫିସର ଏନକାଉଣ୍ଟର ଭୟ ଦେଖାଇବା ପରେ ଶେଷରେ ପୋଲିସ ଆଗରୁ ଖସି ପାରିନଥିଲା ।

Also read: ୪ ଦିନ କାଳବୈଶାଖୀ ବର୍ଷା, ୨୧ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ