ରେଢ଼ାଖୋଲ : ଘର ଭିତରୁ ମାଆ, ଝିଅଙ୍କର ମୃତଦେହ ଉଦ୍ଧାର

ରେଢ଼ାଖୋଲ (କେନ୍ୟୁଜ୍‌) : ଘର ଭିତରେ ପଡ଼ିରହିଛି ମାଆ ଓ ଝିଅଙ୍କ ମୃତଦେହ। ସେମାନଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅଞ୍ଚଳରେ । ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଗତକାଲି କିସିଣ୍ଡା ଗାଁର କିଶୋର ପଟେଲ୍ ଓ ତାଙ୍କ ବଡ଼ ଝିଅ ସମ୍ପର୍କୀୟଙ୍କ ବାହାଘରକୁ ଯାଇଥିଲେ। ଘରେ କିଶୋରଙ୍କ ପତ୍ନୀ ସୁଜାତା ଓ ସାନ ଝିଅ ଉତ୍କଳିକା ଥିଲେ। ଆଜି ଅପରାହ୍ନରେ କିଶୋର ଓ ତାଙ୍କ ବଡ଼ ଝିଅ ଭୋଜିରୁ ଘରକୁ ଫେରିଥିଲେ। ଏହି ସମୟରେ ଘରର କବାଟ ଖୋଲା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଘରେ ପ୍ରବେଶ କରି ଦେଖିଲା ବେଳକୁ ପତ୍ନୀ ଓ ସାନ ଝିଅଙ୍କ ମୃତଦେହ ଘର ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତଦେହରୁ ଦୁର୍ଗନ୍ଧ ବାହାରୁ ଥିଲା।

କିଶୋର ଏନେଇ କିସିଣ୍ଡା ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ହତ୍ୟା ବୋଲି ସନ୍ଦେହ କରାଯାଉଛି। କେହି ଦୁର୍ବୃତ୍ତ ମାଆ, ଝିଅଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅନୁମାନ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.