ପ୍ରଥମ ରଜରେ ପୋଖରୀରେ ବୁଡି ମା-ଝିଅଙ୍କ ସଲିଳ ସମାଧି

ନବରଙ୍ଗପୁର (କେନ୍ୟୁଜ): ଆଜି ପହିଲି ରଜରେ ଗାଁଠୁ ସହର ସବୁଠି ଉତ୍ସାହ ଓ ଆନନ୍ଦର ମାହୋଲ । ହେଲେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପୂଜାରୀ ଭରଣ୍ଡି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପୋଖରୀରେ ବୁଡି ଯାଇ ମା ଓ ଝିଅଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ଗୀତା କଲାର ଓ କରୀଶୀମା କଲାର । ଆଜି ଦିନ ପ୍ରାୟ ୧୦ଟା ସମୟରେ ମା ଝିଅ ପୋଖରୀକୁ ଲୁଗା ସଫା କରିବା ସହ ଗାଧେଇବାକୁ ଆସିଥିଲେ ।

ସୂଚନା ଅନୁସାରେ ପ୍ରଥମେ ପାଣି ଭିତରେ ଝିଅ ବୁଡ଼ି ଯାଇଥିଲା । ଝିଅକୁ ବଞ୍ଚାଇବାକୁ ଯାଇ ମା ପୋଖରୀ ଭିତରକୁ ପଶି ଯାଇଥିଲା କିନ୍ତୁ ବଞ୍ଚାଇବାରେ ବିଫଳ ହୋଇଥିଲା । ପରେ ମାର ମୃତ୍ୟୁ ଘଟିଥିଲା । ବର୍ତମାନ ପୋଖରୀ କୂଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ଗାଁ ଲୋକେ ପୋଲିସକୁ ଖବର ଦେଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

You might also like