ଗାଁ ଦାଣ୍ଡରେ ମା’ ଝିଅଙ୍କୁ ବାନ୍ଧି ମାଡ, ଦର୍ଶକ ସାଜିଲେ ଦେଖଣାହାରୀ

ମାହାଙ୍ଗା(କେନ୍ଯୁଜ୍): କଥାରେ ଅଛି ଜୋର ଯାର୍ ମୁଲକ ତାର।  ଗାଁ ଦାଣ୍ଡରେ ଇଲେକ୍ଟ୍ରିକ ପୋଲରେ ମା ଝିଅଙ୍କୁ ବାନ୍ଧି ମାଡ ମାରିଲେ କିଛି ଗାଁ ଲୋକେ ।  ଆଉ ସବୁ ଘଟୁଥିବା ସମୟରେ କିଏ ଅଟକାଇବ କଣ ଓଲଟି ଦର୍ଶକ ସାଜିଲେ ଦେଖଣାହାରୀ।

ପାରିବାରିକ କଳହକୁ ନେଇ ଏପରି ଆଇନ୍ କୁ ହାତକୁ ନେଲେ କିଛି ଗାଁ ଲୋକେ । ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବାନ୍ଧି ରଖିବା ପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଁଚି ସେମାନଙ୍କୁ ଉଦ୍ଧାର କରିଥିଲା। ଆଉ ୧୧ ଜଣ ଅଭିଯୁକ୍ତ ନାଁ ରେ ଖାଲି ମାମଲା କରି ଛାଡ଼ି ଦେଇଛି ପୋଲିସ।

ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁର ଫାଣ୍ଡି ଅଧିନସ୍ଥ ଓରତି ଗାଁ ରେ। ମହିଳା ଜଣଙ୍କ ଏହି ଗାଁ ର ମିନତୀ ଖୁଣ୍ଟିଆ ଓ ତାଙ୍କର ୨୪ ବର୍ଷର ବଢିଲା ଝିଅ ଉର୍ମିଳା ଖୁଣ୍ଟିଆ । ଯାହାଙ୍କୁ ଗାଁ ଦାଣ୍ଡରେ ବାନ୍ଧି ଦେବା ସହ ସର୍ବ ସମ୍ମୁଖରେ ମାଡ଼ ମାରିଥିବା ନେଇ ଗତ ୮ ତାରିଖରେ ନେମାଳ ଥାନା ରେ ଅଭିଯୋଗ ହୋଇଥିଲା। ହେଲେ ଏଯାଏ ସେମାନଙ୍କୁ ମିଳିପାରିନି ନ୍ଯାୟ। ଶୁଣନ୍ତୁ କଣ କହୁଛନ୍ତି ନିର୍ଯ୍ଯାତନାର ଶିକାର ହୋଇଥିବା ଉଭୟ ମା ଝିଅ।

ଅନ୍ଯପଟେ ୧୧ ଜଣ ଅଭିଯୁକ୍ତଙ୍କୁ ନେମାଳ ପୋଲିସ ବେଲ୍ ରେ ଛାଡିଦେଇଥିବା ଜଣାପଡିଛି। ଆଉ ଅଭିଯୁକ୍ତ ମାନେ ବେଲ୍ ରେ ଆସି ଖୁଲମଖୁଲା ମା’-ଝିଅ ଙ୍କୁ ଅସଭ୍ଯ ଭାଷାରେ ଗାଳିଗୁଲଜ କରୁଥିବା ନରେନ୍ଦ୍ରପୁର ଫାଣ୍ଡିରେ ପୀଡିତା ମହିଳା ପୁଣି ଅଭିଯୋଗ କରିଛନ୍ତି। ଏ ବାବଦରେ ସଂପୃକ୍ତ ଥାନା ଓ ଫାଣ୍ଡି ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ କିନ୍ତୁ ସେ କ୍ୟାମେରା ଆଗରେ କିଛି କହିବାକୁ ସଫା ସଫି ମନା କରିଦେଇଥିଲେ। ତେବେ ଦେଖାଯାଉ କେବେ ପୋଲିସ୍ ନ୍ଯାୟ ଦେଉଛି ଏହି ମା ଝିଅଙ୍କୁ।