ଘର ଭିତରୁ ମା ଝିଅଙ୍କ ମୃତଦେହ ଠାବ, କିଏ ମାରିଦେଲା ନା ଆତ୍ମହତ୍ୟା ଜଣାପଡୁ ନାହିଁ

ବଣାଇ (କେ ନ୍ୟୁଜ୍‌) : ସନ୍ଦେହ ଭିତରେ ମା ଝିଅଙ୍କ ମୃତ୍ୟୁ ରହସ୍ୟ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମା’ର ମୃତଦେହ ଭିଳିଥିବା ବେଳେ ଖଟ ଉପରେ ପଡ଼ିଛି ନାବାଳିକାର ମରଶରୀର । ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ମସଜିଦ ଗଳିରେ ଏହି ଘଟଣା ଘଟିଛି । ମହିଳାଙ୍କ ସ୍ୱାମୀ ଦିନକ ପୂର୍ବରୁ କୁଆଡ଼େ ଚାଲି ଯାଇଥିବା ବେଳେ ଏକ ସୁଇସାଇଡ୍‌ ନୋଟ୍‌ରେ ମହିଳା ଜଣକ ଘର ମାଲିକଙ୍କୁ ଦୋଷ ଦେଇଥିବା ଜଣାପଡ଼ିଛି । ପୋଲିସ୍‌ ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁସାରେ, ପ୍ରହଲ୍ଲାଦ ସାହାଣୀ ଏବଂ ତାଙ୍କ ସ୍ତ୍ରୀ ରଂଜିତା ସାହାଣୀ ଜଗତସିଂହପୁରରୁ ଆସି ଏଠରେ ଏକ ଭଡା ଘରେ ରହି କାମ କରୁଥିଲେ।

ଗତକାଲି ପ୍ରହଲ୍ଲାଦ ଘରୁ କେଉଁଆଡେ ପଳାଇ ଥିବା ବେଳେ ଆଜି ରଂଜିତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ତା ସହିତ ୩ ବର୍ଷର ଝିଅଟି ମଧ୍ୟ ମରି ପଡିଛି । ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଶବ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି ।

ସେପଟେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ରୁଗୁଡି ଜଙ୍ଗଲରେ ସ୍ୱାମୀ ପ୍ରହଲ୍ଲାଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି ।

 

Leave A Reply

Your email address will not be published.