ଯାଜପୁର: ବରଡ଼ା ଛକ ନିକଟରେ ଭାରସାମ୍ୟ ହରାଇ ସ୍କୁଟି ଉପରେ ଓଲଟିଲା ଟ୍ରକ, ମା ଓ ଝିଅ ମୃତ

ଯାଜପୁର(କେନ୍ୟୁଜ): ଏକ ଶୁଦ୍ଧିକ୍ରିୟା ସାରି ମାଆ ଓ ଝିଅ ନିଜ କର୍ମକ୍ଷେତ୍ର ସୁକିନ୍ଦା ଅଞ୍ଚଳକୁ ଫେରୁଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟ ଘଟିଛି । ମୃତକ ଦ୍ଵୟ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତିଙ୍କ ପତ୍ନୀ ସୃତିକା ଚକ୍ରବର୍ତୀ (୪୭) ଓ ଝିଅ ଲିପିକା ଚକ୍ରବତ୍ତୀ (୨୬) ବୋଲି ଜଣାପଡିଛି । ସୃତିକା ନିଜ ବାପାଙ୍କ ଶୁଦ୍ଧି କାର୍ଯ୍ୟରେ ଯୋଗ ଦେଇ ଉଭୟ ମା ଓ ଝିଅ ଏକ ସ୍କୁଟରରେ ସୁକିନ୍ଦା ଅଞ୍ଚଳକୁ ଫେରୁଥିବା ବେଳେ ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ବରଡ଼ା ଛକ ନିକଟରେ ପଛ ପଟୁ ଯାଉଥିବା ଏକ ଟ୍ରକ ଭାରସାମ୍ୟ ହରାଇ ତାଙ୍କ ଉପରେ ଓଲଟି ପଡିଥିଲା ।

jajpur

ଫଳରେ ଘଟଣା ସ୍ଥଳରେହିଁ ଉଭୟ ମା ଓ ଝିଅଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଅଧିକ ତଦନ୍ତ ଜାରି ରଖିଛି। ମୃତ ସୃତିକା ସୁକିନ୍ଦା ଅଞ୍ଚଳରେ ଏମବିକେ ଭାବେ କାର୍ଯ୍ୟ କରୁଥିବା ବେଳେ ଝିଅ ଲିପିକା ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ଏପଟେ ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ମୂଲ୍ୟବାନ ଜୀବନ ହାନି ହେଉଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.