ଗ୍ୟାସରୁ ଲାଗିଲା ନିଆଁ, ମାଆକୁ ବଞ୍ଚାଇବାକୁ ଯାଇ ପୋଡିଗଲା ପୁଅ

ବାଲିଗୁଡା: ଗ୍ୟାସରୁ ନିଆଁ ଲାଗି ଜଳିଗଲେ ମାଆ ଓ ପୁଅ ।  ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ ହୋଇ ହଠାତ ମାଆ ଶାଢ଼ୀରେ ନିଆଁ ଲାଗିବାରୁ ମାକୁ ବଞ୍ଚାଇବାକୁ ସପ୍ରୟାସ କରୁ କରୁ ଜଳିଗଲା ପୁଅ । କନ୍ଧମାଳ ବାଲିଗୁଡା ଥାନା ବୁଡ଼ାଗୁଡା ଗାଁର କୁମ୍ଭାର ସାହିରେ ଦଏକିବାକୁ ମିଳିଛି ଏଭଳି ଅଘଟଣ ।

କୁମ୍ଭାର ସାହିର ଗୀତାଞ୍ଜଳି ପଣ୍ଡା ରୋଷେଇ ଘରେ ଗ୍ୟାସରେ ରାନ୍ଧୁଥିବା ବେଳେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଗୀତାଞ୍ଜଳିଙ୍କ ପୁଅ ଚନ୍ଦନ ମା ଦେହରେ ନିଆଁ ଲାଗିଥିବା ଦେଖି ଦୌଡ଼ି ଆସି ମାଆ କୁ ବଂଚେଇବାକୁ ଯାଇ ନିଜେ ଜଳି ଯାଇଥିଲେ । ତେବେ ସ୍ଥାନୀୟ ଲୋକ ମାଆ ଓ ପୁଅଙ୍କୁ ଉଦ୍ଧାର କରି ବାଲିଗୁଡା ମେଡିକାଲରେ ଭର୍ତ୍ତି କରିଛନ୍ତି । ଗୀତାଞ୍ଜଳିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି ।

 

ଆହୁରି ପଢ଼ନ୍ତୁ : ହୋଲି ଖେଳିସାରି ଗାଧୋଇବାକୁ ଗଲେ, ଆଉ ଫେରିଲେନି ଦୁଇ ଯୁବକ