ନୂଆପଡା ବାଦି ଗାଁରେ ଅଘଟଣ: ବେକରେ ରଶି ଲଗାଇ ଜୀବନ ହାରିଲେ ମା’ ଓ ପୁଅ

ନୂଆପଡା(କେନ୍ୟୁଜ୍): ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବାଦି ଗାଁରେ ଅଘଟଣ। ମାଆ ଓ ପୁଅ ବେକରେ ରଶି ଲଗାଇ କଲେ ଆତ୍ମହତ୍ୟା। ଖଡିଆଳ ନିବାସୀ ସ୍ଵର୍ଗତ ହରି ଖମାରୀଙ୍କ ସ୍ତ୍ରୀ ଗାୟତ୍ରୀ ଖମାରି ଓ ତାଙ୍କ ପୁଅ ଆଶିଷ ଖମାରୀ ଆତ୍ମହତ୍ୟା କରିଥିବା ଜଣାପଡିଛି।

ବାଦି ଗାଁ ନିକଟସ୍ଥ କେନାଲ ପାଖରେ ଥିବା ବର ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟାର କାରଣ ଅଷ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଖଡିଆଳ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.