ହାତୀ ଭାଙ୍ଗିଲା ଘର, ଶୋଇଥିବା ବେଳେ କାନ୍ଥ ତଳେ ଚାପି ହେଇ ମା ଓ ପୁଅର ମୃତ୍ୟୁ

ବଣାଇ : ଦନ୍ତା ଉତ୍ପାତ । ଶୋଇଥିବା ବେଳେ କାନ୍ଥ ତଳେ ଚାପି ହେଇ ଗର୍ଭବତୀ ମାଆ ଓ ପୁଅର ମୃତ୍ୟୁ ହୋଇଛି। ତିନି ଝିଅ ଗୁରୁତର ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲା ବରସୁଆଁ ରେଞ୍ଜ ବାଲିଝୁଡ଼ି ଗାଁରେ ଏହି ଅଘଟଣ ଘଟିଛି । ମୃତକ ଦୁଇଜଣ ହେଲେ ସୁକାନ୍ତି ଭତ୍ତା ଓ ସୁଖନାଥ ଭତ୍ତା ।

ସୂଚନା ଅନୁସାରେ ଗତ ରାତିରେ ସୁକାନ୍ତି ଓ ତାଙ୍କ ଚାରି ସନ୍ତାନ ଘରେ ଶୋଇଥିଲେ । ଏହି ସମୟରେ ହାତୀ ପଲ ପଶି ଘର ଭାଙ୍ଗିଥିଲେ। ମାଟି କାନ୍ଥ ସୁକାନ୍ତି ତାଙ୍କ ଚାରି ସନ୍ତାନ ଉପରେ ପଡ଼ିଥିଲା । ଗ୍ରାମବାସୀ ପାଟି ଶୁଣି ଦୌଡ଼ି ଆସିଥିଲେ। ସୁକାନ୍ତି ଓ ତାଙ୍କ ଚାରି ସନ୍ତାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।  ସେଠାରେ ଡାକ୍ତର ସୁକାନ୍ତି ଓ ତାଙ୍କ ପୁଅକୁ ମୃତ ଘୋଷଣା କରିଥିଲେ ଓ ସୁକାନ୍ତିଙ୍କ ୩ ଝିଅଙ୍କୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମୃତ ସୁକାନ୍ତି ଚାରି ମାସର ଗର୍ଭବତୀ ଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.