ଜୟପୁର : ବିଦ୍ୟୁତ ସଂସ୍ପର୍ଶରେ ଆସି ଆଖି ବୁଜିଲେ ମା-ପୁଅ

ଜୟପୁର: ପୁଅକୁ ବଞ୍ଚାଇବାକୁ ଯାଇ ମା ମୃତ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମା-ପୁଅଙ୍କ ଜୀବନ ଯାଇଛି । ଜୟପୁର ଜୟନ୍ତିଗିରି ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା ।  ତାରରେ ଲୁଗା ଶୁଖାଇଲାବେଳେ ପୁଅକୁ ମାରିଥିଲା କରେଣ୍ଟ ।  ପୁଅକୁ ବଞ୍ଚାଇବାକୁ ଯାଇ ମାଆ ମଧ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାର କରି ପରିବାରଲୋକେ ହସପିଟାଲରେ ଭର୍ତ୍ତି କରିଥିଲେ ।  ମାତ୍ର ଡାକ୍ତର ସେଠାରେ ମା’ ପୁଅଙ୍କୁ ମୃତ ଘୋଷଣା କରିଛନ୍ତି ।  ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

 

 

 

 

You might also like