ଗଞ୍ଜାମ: ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ, ବାକୁଟଗାଁରେ ମା ଓ ପୁଅ ମୃତ
![electic](https://knewsodisha.com/wp-content/uploads/2019/09/electic.jpg)
ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାକୁଟଗାଁର ଗୋଟିଏ ପରିବାରର ମା ଓ ପୁଅ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । କୌଣସି କାରଣ ବଶତଃ ନିଜ ଘରେ ପୁଅ ନାରାୟଣ ନାହାକ(36) ବିଦ୍ୟୁତ ସଂସ୍ପର୍ଶରେ ଆସି ଆଘାତ ପାଇବା ପରେ ନିକଟରେ ଥିବା ମା ସଜନୀ ନାହାକ( ୫୮), ପୁଅକୁ ବଞ୍ଚାଇବାକୁ ଯାଇ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ଗାଁ ଲୋକଙ୍କ ସାହାର୍ଯ୍ୟରେ ଦୁଇଜଣଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ନାରାୟଣ ଜଣେ ଦିନ ମଜୁରିଆ ଭାବେ କାମକରି ନିଜ ପରିବାରକୁ ପୋଷୁଥିଲା । ବର୍ତ୍ତମାନ ପରିବାର ରେ ବିଧବା ସ୍ତ୍ରୀ ଓ ଛଅ ମାସର ପୁଅ ଟିଏ ଅଛି । ଏହି ଦୁଃଖଦ ଖବର ଜାଣିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।