କନ୍ଧମାଳ: ଶୋଇଥିବା ଅବସ୍ଥାରେ ପୁଣି ଦଂଶିଲା ସାପ, ମାଆ-ପୁଅ ମୃତ
କନ୍ଧମାଳ(କେନ୍ୟୁଜ୍): ପୁଣି ଦଂଶିଲା ସାପ। ସାପ କାମୁଡାରେ ମାଆ ଓ ପୁଅଙ୍କ ଜୀବନ ଯାଇଛି। କନ୍ଧମାଳ କ. ନୂଆଗାଁ ଥାନା ଉପାରଗାଓଁରେ ଏହି ଅଘଟଣ ଘଟିଛି। ଗତକାଲି ରାତିରେ ମାଆ ଓ ପୁଅ ଶୋଇଥିବାବେଳେ ଏକ ବିଷାକ୍ତ ସାପ ସେମାନଙ୍କୁ କାମୁଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିଲା। ମାଆଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଗଲାବେଳ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଗତକାଲି ସାପ କାମୁଡାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା।