ରାଜ୍ୟ

ବିଦ୍ୟୁତ ଆଘାତରେ ମା-ପୁଅଙ୍କ ମୃତ୍ୟୁ, ଅଜା ଗୁରୁତର

ବ୍ରହ୍ମପୁର : ଖଲ୍ଲିକୋଟ ଥାନ ଅନ୍ତର୍ଗତ ଲୋଙ୍ଘର ଗ୍ରାମରେ ଅଭାବନୀୟ ଘଟଣା l ବିଦ୍ୟୁତ ଆଘାତରେ ହୋଇଛି ମା-ପୁଅଙ୍କ ମୃତ୍ୟୁ l ସୂଚନା ଅନୁଯାଇ ଗ୍ରାମର ଲକ୍ଷ୍ମୀ ପାହାନଙ୍କ ଘର ନିର୍ମାଣ ଚାଲୁଥିବା ବେଳେ ସର୍ଭିସ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ପୁଅ ଜିତୁ ପାହାନ ଓ ମାଆ ନିବାସୀ ପାହାନ ଆସି ଯାଇଥିଲେ l

ଫଳରେ ମା-ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି l ମାଆ- ପୁଅ ଙ୍କୁ ବଞ୍ଚାଇବାକୁ ଆସି ଅଜା ଭାଗି ନାହକ ଗୁରୁତର ଆହାତ ହୋଇ ବ୍ରହ୍ମପୁର ସ୍ଥାନାନ୍ତର ହୋଇଛନ୍ତି l ଲକ୍ଷ୍ମୀଙ୍କ ଘର ଦୁଇଦିନ ପୁର୍ବରୁ ଛାତ ପଡ଼ିବା କାର୍ଯ୍ୟ ସରିଥିଲା l ଆଜି ମଧ୍ୟାହ୍ନ ସମୟରେ ଅଜା ଭାଗୀ ପାହାନ ଛାତରେ ପାଣି ଦେଉଥିବା ବେଳେ ମାଆ ପୁଅ ଏକ ଲୁହା ରଡ଼ ଉପରେ ଠିଆ ହୋଇ ଘର କାମ କରୁଥିଲେ l

ସେହି ସମୟରେ ଘରର ସର୍ଭିସ୍ ତାର ରଡ ସଂସ୍ପର୍ଶରେ ଆସି ମା ଓ ପୁଅ ଙ୍କୁ ବିଦୁତ୍ ଆଘାତ ଲାଗିଲା ତଳେ ପଡ଼ିଯାଏ ଥିଲେ l ତାଙ୍କୁ ବଞ୍ଚାଇ ବାକୁ ଆସି ଅଜା ମଧ୍ଯ ବିଦୂତ୍ ଆଘାତ ପାଇଥିଲେ l ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଡାକ୍ତର ଖାନକୁ ପଠାଇ ଥିଲେ l ମେଡିକାଲରେ ଡାକ୍ତର ମାଆ ଓ ପୁଅକୁ ମୃତ ଘୋଷଣା କରିଥିବା ବେଳେ ଅଜାକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l

Niharanjan

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

1 min ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

16 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

33 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

46 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

55 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

58 mins ago