ଚାଳ ଘରେ ଉପରେ ପଡିଲା ଶୁଖିଲା ଗଛ, ମାଆ ଓ ପୁଅ ଆହତ

ବ୍ରହ୍ମପୁର :  ଏମିତି ବି ହୁଏ ଦୁର୍ଘଟଣା । ଚାଳ ଘରେ ଉପରେ ପଡିଲା ବିରାଟକାୟ ଶୁଖିଲା ଗଛ । ମାଆ ଓ ପୁଅ ଆହତ । ଅଳ୍ପକେ ବର୍ତ୍ତିଗଲେ ବାପା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖେମୁଣ୍ଡିଖୋଲ ଗାଁରେ ଅଭାବନୀୟ ଘଟଣା ଘଟିଛି  l ଚାଳ ଘର ଉପରେ ପାଖରେ ଥିବା ଶୁଖିଲା ଆମ୍ବ ଗଛ ପଡିଯାଇ ଘର ଭିତରେ ଥିବା ମାଆ ଶାନ୍ତି ଦଳ ବେହେରା ଓ ୭ ବର୍ଷର ପୁଅ ଆହତ ହୋଇଛନ୍ତି  l ଦୁଇ ଜଣଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲ ଓ ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି  l ଦୀର୍ଘ ଦିନ ହେଲା ଶୁଖିଲା ଗଛଟି ଘର ପାଖରେ ଥିଲେ ମଧ୍ୟ ଏହାକୁ କଟା ଯାଇ ନଥିଲା । ଦୁଇ ଦିନର କାଳବୈଶାଖୀ ବର୍ଷାରେ ଗଛଟି ଭାଙ୍ଗିଯାଇଥିଲା। ଦୁର୍ଘଟଣା ପରେ ସାନଖେମୁଣ୍ଡିରୁ ଦମକଳ ବାହିନୀ ଯାଇ ଗଛକୁ କାଟି ଘର ଉପରୁ ସଫା କରିଛନ୍ତି  l