ସୋର: ଅଜଣା ଗାଡି ଦୁର୍ଘଟଣାରେ ଚାଲିଗଲା ମା ଓ ଶିଶୁ ପୁତ୍ରର ଜୀବନ, ବାପା ଗୁରୁତର

ସୋର: ଅଜଣା ଗାଡି ଦୁର୍ଘଟଣାରେ ଚାଲିଗଲା ମା ଓ ଶିଶୁ ପୁତ୍ରର ଜୀବନ । ସେହିପରି ମହିଳାଙ୍କ ସ୍ୱାମୀ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲ ସ୍ଥାନାନ୍ତର କରାଯାଇଛିି।  ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଓଳିଆପାଟଣା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ସୂଚନା ଥାଉକି, ଏକ ସ୍କୁଟିରେ ବାପା,ମା ଓ ପୁଅ ଯାଉଥିବା ବେଳେ କୌଣସି ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ତେବେ ସେମାନେ ଶେରଗଡ଼ ପଟୁ ଭଦ୍ରକ ଆଡ଼କୁ ଯାଉଥିଲେ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.