କୁକୁଡା ପାଇଁ ତୁମୁଳ କାଣ୍ଡ, ପଡୋଶୀଙ୍କ ଠେଙ୍ଗା ମାଡରେ ମା’ ଓ ପୁଅ ଗୁରୁତର

କେନ୍ଯୁଜ୍: କୁକୁଡାକୁ କେନ୍ଦ୍ର କରି ପଡୋଶୀ ମା’ ଓ ପୁଅକୁ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଛନ୍ତି। ମହୁଲଡିହା ଥାନା ଜରକ ପଞ୍ଚାୟତ ଦୁବପାଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ମୁତବାକ ଗତକାଲି ସଂଧ୍ଯାରେ ନିଜ ବାଡିରେ ପଡୋଶୀଙ୍କ କୁକୁଡା ଜାଲରେ ଲାଗିଯାଇ ଛଟପଟ ହେଉଥିବା ବେଳେ ପୁଅଟି ଜାଲରେ ଲାଗିଥିବା କୁକୁଡାଟିକୁ ଛାଡିଦେଇଥଇଥିଲା। ଏହି ସମୟରେ ପଡିଶା ଘରୁ ତିନି ଜଣ ଆସି ମା’ ଏବଂ ପୁଅକୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ମାଆ ଏବଂ ପୁଅ ଠାକୁରମୁଣ୍ଡା ମେଡିକାଲରେ ଚିକିତ୍ସାଧିନ ହେଉଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.