ଝାନସୀରେ ବିକ୍ରି ହୋଇଥାନ୍ତା ୧୪ ବର୍ଷର ନାବାଳିକା, ଭାଗ୍ୟ ଭଲ ବର୍ତ୍ତିଗଲା

ସମ୍ବଲପୁର (କେନ୍ୟୁଜ୍‌) : ନାବାଳିକା ବିକ୍ରି ଉଦ୍ୟମ ପଣ୍ଡ । ସମ୍ବଲପୁର ଟାଉନ ଥାନା ଦେଲେଇପଡାରେ ୧୪ ବର୍ଷୀୟ ନାବଳିକାକୁ ଉତ୍ତର ପ୍ରଦେଶର ଝାନ୍‌ସୀରେ ବିକ୍ରି କରିବାକୁ ଉଦ୍ୟମ ଚାଲିଥିଲା । ଖବର ପାଇ ନାବାଳିକାକୁ ଚାଇଲଡ ଲାଇନ ଓ ପୋଲିସ ଉଦ୍ଧାର କରିଛି ।

ନାବାଳିକାକୁ ତାଙ୍କ ମା ଏବଂ ମାମୁ ଝାନ୍‌ସୀରେ ବାହାଘର କରାଇ ବିକ୍ରି କରିବାର ଉଦ୍ୟମ କରିଥିଲେ । ପୂର୍ବରୁ ମଧ୍ୟ ସେମାନେ ଏଭଳି ଉଦ୍ୟମ କରି ବିଫଳ ହୋଇଥିଲେ । ପୁଣି ଥରେ ଝିଅକୁ ଝାନ୍‌ସୀ ନେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଚାଇଲଡ୍‌ ଲାଇନ ଓ ପୋଲିସ ଚଢ଼ାଉ କରିଥିଲା। ନାବାଳିକାକୁ ଉଦ୍ଧାର କରି ଚାଇଲ୍‌ଡ ଲାଇନର କର୍ମକର୍ତ୍ତାମାନେ ନିଜ ସହିତ ନେଇ ଆସିଛନ୍ତି। ମା’ ଓ ମାମୁଙ୍କ ବିରୋଧରେ ଚାଇଲ୍‌ଡ ଲାଇନ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.