ପରକୀୟା ପ୍ରୀତିରେ ଲିପ୍ତ ହୋଇ ପୁଅର ଜୀବନ ନେଇଥିଲା ମା’, ଏବେ ପୋଲିସକୁ ମିଳିଲା ବଡ଼ ସଫଳତା

ଦେବଗଡ: ନିଜ ଜନ୍ମ କଲା ଛୁଆର ଜୀବନ ନେଇଥିଲା ମା’ । ଭାବିଥିଲା ଧରା ପଡ଼ିବନି । କିନ୍ତୁ ପୋଲିସ ଆଗରେ ଯେତେ ନାଟକ କଲେ ବି ସେ ନାଟକ କାମ ଦେଲାନି । ପରକୀୟା ପ୍ରୀତିରେ ଲିପ୍ତ ହୋଇ ପୁଅର ଜୀବନ ନେଇଥିଲା ମା’ । ଏବେ ହତ୍ୟାକାରୀ ମା’କୁ ଗିରଫ କରିଛି ପୋଲିସ । ଗତ ୧ ତାରିଖ ଦିନ ଦେବଗଡ ପୌରାଞ୍ଚଳ ଚର୍ଚ୍ଚ ସାହିରେ ଘଟିଥିବା ଛାତ୍ର ମୃତ୍ୟୁ ଘଟଣା ର ଦୀର୍ଘ ଛଅ ଦିନ ପରେ ପର୍ଦ୍ଦାଫାଶ କରିଛି ଦେବଗଡ ପୋଲିସ୍ ।
ଏନେଇ ଦେବଗଡ ଆଦର୍ଶ ଥାନାରେ ଘଟଣା ସମ୍ପର୍କରେ ସୁଚନା ଦେଇଛନ୍ତି ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକ। ମାଁ ଲିଲୀ ସୋନେଲର ପରକୀୟା ପ୍ରୀତିକୁ ନାବାଳକ ପୁଅ ମିକି ସୋନେଲ ବିରୋଧ କରିବାରୁ ପୁଅର ଜୀବନ ନେଇଥିଲା ମା’ । ଅଭିଯୁକ୍ତ ଲିଲୀ ଘଟଣାକୁ ସ୍ବୀକାର କରିଥିବା ପୋଲିସ ସୂଚନା ଦେଇଛି । ଏଭଳି ହତ୍ୟାକାଣ୍ଡର ପର୍ଦ୍ଦାଫାଶ ପରେ ଦେବଗଡବାସୀ ସ୍ତବ୍ଧ ହୋଇଛନ୍ତି ।