କଟକରେ ୩ ବର୍ଷ ପୁଅକୁ ମାରି ମାଆ ଆତ୍ମହତ୍ୟା କରିବା ଘଟଣା: ବନ୍ଧା ହେଲେ ସ୍ୱାମୀ ସନ୍ତୋଷ ଖୁଣ୍ଟିଆ

କଟକ(କେନ୍ୟୁଜ୍):କଟକରେ ୩ ବର୍ଷ ପୁଅକୁ ମାରି ମାଆ ଆତ୍ମହତ୍ୟା କରିବା ଘଟଣାରେ ବନ୍ଧା ହେଲେ ସ୍ୱାମୀ ସନ୍ତୋଷ ଖୁଣ୍ଟିଆ । ଗତକାଲିଠାରୁ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା ମଧୁପାଟଣା ଥାନା ପୋଲିସ । ଶିଳ୍ପୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଗିରଫ ହୋଇଛନ୍ତି ସନ୍ତୋଷ ଖୁଣ୍ଟିଆ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।

ଗତକାଲି ୩ ବର୍ଷର ଛୁଆରୁ ମାରି ନିଜେ ଆତ୍ମହତ୍ୟା କରିଥିଲେ ଶିଳ୍ପୀ ସନ୍ତୋଷ ଖୁଣ୍ଟିଆ । ସେ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତଦନ୍ତ ଭିତରେ ମୃତ୍ୟୁ ରହସ୍ୟ ବଢାଇଥିଲା ଶିଳ୍ପୀଙ୍କ ଶେଷ ହ୍ଵାଟସ୍‌ଆପ୍‌ ଚାଟ୍‌ । ନିଜ ବଡ଼ ଭଉଣୀ ସହ ହ୍ଵାଟସ୍‌ ଆପ୍‌ରେ ଚାଟିଂ ଦାମ୍ପତ୍ୟ ଜୀବନ ଝ଼ଡ଼, ମନର କୋହ ଓ ମୃତ୍ୟୁର କାରଣ ଲେଖିଥିଲେ । ତାପରେ ଜୀବନ ହାରିଥିଲେ ଶିଳ୍ପୀ ।

 

ଚାଟିଂରେ ଶିଳ୍ପୀ ବଡ଼ ଭଉଣୀକୁ ଜଣାଇଥିଲେ ଯେ, ସ୍ୱାମୀ ତାଙ୍କୁ ମିଛ କହି ମ୍ୟାକେଜ୍‌ କରିଛନ୍ତି । ତାଙ୍କ ପାଖରେ ଆଉ କିଛି ରାସ୍ତା ନାହିଁ । ସବୁବେଳେ ମାଡ଼,ଗାଳି, ଝଗଡ଼ା ଓ ନିର୍ଯାତନା ସହିପାରୁନି । ବ୍ଲାକମେଲ୍‌ ସହ ମାନସିକ, ଶାରୀରିକ ଓ ଆର୍ଥିକ ନିର୍ଯାତନା ସହି ପାରୁନି । ବାପା ମାଆଙ୍କ ଯତ୍ନ ନେବୁ ବୋଲି ବଡ଼ ଭଉଣୀଙ୍କୁ ଲେଖିଥିଲେ ଶିଳ୍ପୀ । ତାପରେ ପୁଅକୁ ମାରି ନିଜେ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ତଦନ୍ତରେ ପୋଲିସ ଶିଳ୍ପୀଙ୍କ ହ୍ଵାଟସଆପ୍‌ ଚାଟିଂକୁ ମୃତ୍ୟୁକାଳୀନ ଜମାନବନ୍ଦୀ ଭାବରେ ନେବ ବି ପୋଲିସ ? ନିର୍ଯାତନା ସହି ନପାରି ମୃତ୍ୟୁର ରାସ୍ତା ବାଛି ନେଲେ କି ଶିଳ୍ପୀ ? ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୋଲିସ ଖୋଳତାଡ କରିଛି । ଘଟଣାସ୍ଥଳରୁ ତଥ୍ୟ ପ୍ରମାଣ ଯୋଗାଡ଼ କରିଛି ସାଇଣ୍ଟିଫିକ୍‌ ଟିମ୍‌ ।

Leave A Reply

Your email address will not be published.