ଝିଅ ସହ ନିଜକୁ ଜାଳି ଦେଇଥିଲେ ମହିଳା: ଆଜି ଆଖି ବୁଜିଲେ ଦୁହେଁ
ସାଲେପୁର : ପାରିବାରିକ ଅଶାନ୍ତି କାରଣରୁ ଘର ବନ୍ଦ ଛୁଆ ସହ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଲା ମା । ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଖି ବୁଜିଲେ ୩ ମାସର ଝିଅ ଓ ମାଆ । ଗତକାଲି କଟକ ଜଗତପୁର ଥାନା ଅତୋଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଥିଲା । ପାରିବାରିକ କଳହରୁ ଝିଅ ସହ ନିଜକୁ ଜାଳି ଦେଇଥିଲେ ମହିଳା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଜି ଉଭୟ ଆଖି ବୁଜିଛନ୍ତି । ଦୁଇ ବର୍ଷ ତଳେ ମହିଳାଙ୍କ ବିବାହ ହୋଇଥିଲା । ଯୌତୁକ ପାଇଁ ଘଟଣା ଘଟିଥିବା ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସୁଚିଶ୍ମିତା ତାଙ୍କ ୩ମାସର ଝିଅକୁ ଘର କବାଟ ବନ୍ଦ କରି ନିଜ ଦେହରେ କିରୋସିନ ଢାଳି ଜୀବନ ହରିବାକୁ ଉଦ୍ୟମ କରିଥିଲେ । ଚିତ୍କାର ଶୁଣି ପଡିଶା କବାଟ ଭାଙ୍ଗି ମା ଓ ଝିଅ କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ମା ଗୁରୁତର ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସା ହୋଇଥିବା ବେଳେ ଝିଅକୁ କଟକ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଆଜି ଉଭୟ ଆଖି ବୁଜିଛନ୍ତି । ଘଟଣାର ତଦନ୍ତ କରୁଛି ପୋଲିସ ।