ଶୁଖୁନି ମାଆ ଆଖିରୁ ଲୁହ : ତିନି ଦିନ ହେଲା ଦୁଇ ପୁଅ ନିଖୋଜ

କଟକ : ତିନି ଦିନ ହେବ ଦୁଇ ପୁଅ ନିଖୋଜ । ପୁଅର ଫେରିବା ବାଟକୁ ଚାହିଁ ଚାହିଁ ମାଆ ଆଖିରୁ ଲୁହ ଶୁଖୁନି । ଘଟଣା ଘଟିଛି କଟକ ନିଆଳି ଥାନା ଗୁହାଳକୂଳ ଗାଁରେ । ଗତ ୧ ତାରିଖରୁ ଗାଁର ଶିବ ପ୍ରସାଦ ଜେନାଙ୍କ ଦୁଇ ପୁଅ ନିଖୋଜ ହୋଇଯାଇଛନ୍ତି । ସ୍କୁଲରୁ ଆସି ଖେଳିବାକୁ ଯାଇଥିଲେ, ହେଲେ ଘରକୁ ଫେରିନଥିଲେ । ବହୁ ଖୋଜାଖୋଜି ପରେ କୌଣସି ସୁଫଳ ନମିଳିବାରୁ ନିଆଳି ଥାନାରେ ଏତଲା ଦେଇଛନ୍ତି । ହେଲେ ତିନି ଦିନ ପରେ ବି ସେମାନଙ୍କ ପତ୍ତା ମିଳିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.