ପାଣିକୋଇଲି ପୁରୁଣା ଟୋଲଗେଟ ନିକଟରେ ଦୁର୍ଘଟଣା, କୁନିପୁଅ ଆଖି ସାମ୍ନାରେ ଚାଲିଗଲା ମା’ର ଜୀବନ

ଯାଜପୁର ଟାଉନ : ଜିଲ୍ଲା ପାଣିକୋଇଲି ଥାନା ପୁରୁଣା ଟୋଲଗେଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଘଟଣା ସ୍ଥଳରେ କୁନିପୁଅ ଆଖି ସାମ୍ନା ରେ ଚାଲିଗଲା ମା ର ଜୀବନ। ବାପା ଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ଘୋଷଣା କଲେ ଡାକ୍ତର । ସୂଚନାଯୋଗ୍ୟ ଗୋଟିଏ ପରିବାରର ବାପା ମା ଓ ତାଙ୍କ ର ଏକ ୪ ବର୍ଷ ର ଶିଶୁପୁତ୍ର ଏକ ବାଇକ ଯୋଗେ କତରାପୁର କାଳୀ ଦର୍ଶନ କରି ଘରକୁ ଫେରୁଥିବା ବେଳେ ହଟାତ ପୁରୁଣା ଟୋଲଗେଟ ନିକଟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣାସ୍ଥଳ ରୁ ଫେରାର ହୋଇଯାଇଥିଲା।
ଘଟଣାସ୍ଥଳ ରେ ମା ଙ୍କ ର ମୃତ୍ୟ ଘଟିଥିବାବେଳେ ସ୍ଥାନୀୟସ୍ୱେଚ୍ଛାସେବୀ ଓ ପୋଲିସ ସହାୟତାରେ ଗୁରୁତର ବାପା ଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ମୃତ ବୋଲି ଘୋଷଣା କରିଛନ୍ତି । ଅଳ୍ପକେ ବର୍ତିଯାଇଥିବା ୪ ବର୍ଷ ର ଶିଶୁପୁତ୍ର କୁ ପାଣିକୋଇଲି ପୋଲିସ ହେପାଯତ କୁ ନେଇ ଥାନା ରେ ରଖିଛି। ମୃତ ଦମ୍ପତି ହେଲେ କୋରେଇ ସୋଲବନ୍ଦୀ ଗ୍ରାମର ଝୁନୁ ମଲ୍ଲିକ ଓ ଶୁକାନ୍ତ ମଲ୍ଲିକ।
ଶୁକାନ୍ତ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ମାନସିକ ପୂରଣ ପାଇଁ ଠାକୁର ଦର୍ଶନ ପାଇଁ ଯାଇଥିଲେ। ଫେରିବା ସମୟରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା। ଶୁକାନ୍ତ ଓ ଝୁନୁ ଙ୍କ ମୃତ୍ୟୁ ପରେ ଦୁଇ ପୁଅ ଅନାଥ ହୋଇଯାଇଥିବା ବେଳେ ସରକାରୀ ସହାୟତା ପାଈଁ ନିବେଦନ କରିଛନ୍ତି ସମ୍ପର୍କୀୟ ଓ ଗ୍ରାମବାସୀ। ଅନ୍ୟପଟେ ମୃତ ଶରୀର ବ୍ୟବଚ୍ଛେଦ ପରେ ପରିବାର ଵର୍ଗଙ୍କୁ ହସ୍ତାନ୍ତର କରିଛି ପାଣିକୋଇଲି ପୋଲିସ ।