ପୁଅ ପାଇଁ ବିଷ ପିଇଦେଲେ ବାପା ମାଆ : ମାଆ ମୃତ, ବାପା ଗୁରୁତର

ବ୍ରହ୍ମପୁର : ପୁଅ ପାଇଁ ବିଷ ପିଇଦେଲେ ବାପା ମାଆ । ମାଆଙ୍କ ମୃତ୍ୟୁ ହୋଇଥିବା ବେଳେ ବାପାଙ୍କ ଅବସ୍ଥା ଗୁରୁତର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ବ୍ରହ୍ମପୁର ସଦର ଥାନା ଗୌତମୀ ଗାଁରେ ଘଟିଛି ଅଘଟଣ । ଗାଁର ଜଣେ ଯୁବକ ଲୋକଙ୍କୁ ଚାକିରି ଦେବା ପାଇଁ ସେମାନଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ । ଠକାମୀର ଶିକାର ହୋଇଥିବା ଲୋକେ ସଂପୃକ୍ତ ଯୁବକଙ୍କ ଘରକୁ ବାରମ୍ବାର ଆସି ଟଙ୍କା ଫେରିପାଇବାକୁ ମାଗିଥିଲେ ।

ଏହା ଅସହ୍ୟ ହେବା ପରେ ବାପା ମାଆ ବିଷ ପିଇଦେଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ସେମାନଙ୍କୁ ଆଡ଼ପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ମାଆଙ୍କର ମୃତ୍ୟୁ ଘଟିଥିଲା । ବାପାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ବ୍ରହ୍ମପୁର ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ପୁଅର ପତ୍ତା ମିଳୁନଥିବା ଜଣାପଡିଛି ।

You might also like