ଟ୍ରେନ ଧକ୍କାରେ ଚାଲିଗଲା ମା’ର ଜୀବନ, ବଞ୍ଚିଗଲା ୪ ବର୍ଷର ଶିଶୁ

ଝାରସୁଗୁଡା: କୁନି ପୁଅ ଆଖି ଆଗରେ ଚାଲିଗଲା ମାଆର ଜୀବନ । ଟ୍ରେନ ଧକ୍କାରେ ମାଆ ମୃତ, ବର୍ତ୍ତିଗଲା ୪ ବର୍ଷର ଶିଶୁପୁତ୍ର । ଝାରସୁଗୁଡା ବେଲପାହାଡ଼ ରେଳ ଫାଟକ ନିକଟରେ ଉତ୍କଳ ଏକ୍ସପ୍ରେସ ଧକ୍କାରେ ମାଆର ମୃତ୍ୟୁ ହୋଇଥିବାବେଳେ ଶିଶୁପୁତ୍ର ଅଳ୍ପକେ ବର୍ତ୍ତିଯାଇଛି । ମୃତ ମହିଳା ଜଣକ ମଞ୍ଜୁ ଯାଦବ ବୋଲି ପୋଲିସ ସୂଚନା ଦେଇଛି । ସେ ଯାଯାବର ଭାବେ ବେଲପାହାଡ଼ ଅଞ୍ଚଳରେ ରହୁଥିଲେ ।
ଗତକାଲି ଅପରାହ୍ନରେ ମହିଳା ଜଣକ ନିଜ ଶିଶୁ ପୁତ୍ରକୁ ଧରି ରେଳ ଧାରଣା ପାର ହେଉଥିବାବେଳେ ଉତ୍କଳ ଏକ୍ସପ୍ରେସ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ରେଳବାଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଆହୁରି ପଢ଼ନ୍ତୁ : ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ମାମଲା, ତଦନ୍ତ ରିପୋର୍ଟ କ୍ୟାବିନେଟରେ ହେବ ଉପସ୍ଥାପିତ